odia essay impact of lockdown PDF
ଲକଡାଉନ ଏମିତି ଏକ ଶବ୍ଦ ଯାହା ମୁଁ ନୁଆଁ ଶୁଣିବାକୁ ପାଇଲି | ମୋ ଜାଣିବା ଦିନଠୁ ଲକ ଡାଉନ କଣ ଜାଣିନଥିଲି | ଆଉ ପ୍ରାୟ ଲୋକମାନେ ମଧ୍ୟ ଏହି ଶବ୍ଦକୁ ଆଗରୁ ଶୁଣି ନଥିବେ | ଆଜିର ପ୍ରସଙ୍ଗରେ ଆମେ ଏହା ଉପରେ କିଛି ଡିସ୍କସ କରିବା | ଲକ ଡାଉନ କଣ, କାହିଁକି ହୋଇଥାଏ, ଏହାର ଲାଭ କଣ, ଏହାର କୁପ୍ରଭାବ କଣ ସେସବୁକୁ ଆମେ ଏଠି ଜାଣିବା |
ଯଦି ଦେଶ କୌଣସି ବିପର୍ଯ୍ୟୟ ର ସାମ୍ନା କରିବାକୁ ପଡେ ସେତେବଳେ ଆରମ୍ଭ ହୁଏ ଏହି ଲକଡାଉନ | ଲକଡାଉନ ର ଅର୍ଥ ହେଉଛି ସବୁକିଛି ବନ୍ଦ | ଏହି ଅବଧି ମଧ୍ୟରେ, କୌଣସି ବ୍ୟକ୍ତି ରାସ୍ତାରେ ଚାଲିପାରିବେ ନାହିଁ, କିମ୍ବା କୌଣସି ଦୋକାନ ଖୋଲା ଯାଇପାରିବ ନାହିଁ କିମ୍ବା କୌଣସି ବିଦ୍ୟାଳୟ ଖୋଲାଯାଇପାରିବ ନାହିଁ | ଯଦି ରାସ୍ତାରେ କେହି ଅଛନ୍ତି, ତେବେ ପୋଲିସ ଲୋକମାନଙ୍କୁ ଘର ଭିତରେ ବା ହୋମ କୱାରେନଟାଇନରେ ରହିବାକୁ ଚେତାବନୀ ଦିଅନ୍ତି | ଯେତେବେଳେ ଦେଶ ସଙ୍କଟରେ ପଡ଼େ ସେତେବେଳେ ଏହା କରାଯାଇଥାଏ | ଏହା ଏକ ପ୍ରକାର ଜରୁରୀକାଳୀନ ପରିସ୍ଥିତି ଏବଂ ଏହାକୁ 25 ମାର୍ଚ୍ଚରୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଭାରତରେ ରଖାଯାଇଥିଲା |
ଭାରତରେ କାହିଁକି ତାଲା ପଡ଼ିଥିଲା?
କରୋନା ହେଉଛି ଏକ ମାରାତ୍ମକ ଜୀବାଣୁ ଯାହା ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଛି | ଏହା ଚାଇନାରେ ଆରମ୍ଭ ହୋଇଥିଲା, ଯାହା ଧୀରେ ଧୀରେ ସମଗ୍ର ବିଶ୍ୱରେ ବ୍ୟାପିଗଲା | ଇଟାଲୀ, ସ୍ପେନ୍, ଆମେରିକା ଏପରି କିଛି ଦେଶ ଯାହାକି ବିଶେଷ ଭାବରେ ପ୍ରଭାବିତ ହୋଇଛି ଏବଂ ଏହି ଦେଶଗୁଡିକର ସ୍ଥିତି ନିୟନ୍ତ୍ରଣ ବାହାରେ ଅଛି ଏବଂ ସେଠାକାର ସରକାର ମଧ୍ୟ କିଛି କରିବାକୁ ଅସମର୍ଥ ହୋଇପଡିଛନ୍ତି ସେମାନେ ଏହି ରୋଗ ପ୍ରତି କୌଣସି ବଡ଼ ପଦକ୍ଷେପ ନେଇ ପାରୁ ନାହାନ୍ତି ||
ଭାରତ ସରକାର ଏହାକୁ ଦୃଷ୍ଟି ରେ ରଖି ଭାରତରେ ଲକ ଡାଉନ ର ଆରମ୍ଭ କରିଥିଲେ। ଯାହା ବେଶୀ ମାତ୍ରାରେ ସଫଳ ନହେଲେ ହେଁ କିଛି ମାତ୍ରାରେ ସଫଳ ହୋଇପାରିଛି || ନହେଲେ ଭାରତ ଭଳି ଜନବହୁଳ ଦେଶରେ ଏହି ରୋଗ କୁ ନିୟନ୍ତ୍ରଣ କରାଯାଇପାରିନଥାନ୍ତା |
ଏହି ସମୟରେ ଆମେ ସରକାର ଙ୍କର କଥାକୁ ମାନିବା ଉଚିତ ନିଜକୁ ସୁସ୍ଥ ରଖିବା ସହ ଅନ୍ୟକୁ ସୁସ୍ଥ ରଖିବା ଆମ୍ଭ ମାନଙ୍କର ଲକ୍ଷ ହେବା ଦରକାର | ଯଦି ଆମେ ନିଜେ ନିଜକୁ ସଚେତନତା କରିବା ଏହି ଲକ ଡାଉନ ର କିଛି ସୁଫଳ ମିଳିପାରିବ | ଲକ ଡାଉନ କୁ ଯଦି ଆମେ ସତରେ ମାନିବା ତାହେଲେ କିଛି ସ୍ଟେପ ଉପରେ ଧ୍ୟାନ ଦେବାକୁ ପଡିବ ଯେମିତି –
- ଜରୁରୀ କାମ ନପଡ଼ିଲେ ଅଯଥା ଘରୁ ବାହାରିବା ନାହିଁ |
- ଯଦି ଆମେ କୌଣସି ଜରୁରୀ କାମରେ ବାହାରକୁ ଯାଉଛୁ ତାହେଲେ ସବୁବେଳେ ମାସ୍କ ପିନ୍ଧି ବାହାରକୁ ଯିବା |
- ଅଯଥା ଜନଗହଳି କରିବା ନାହିଁ ଯଦି କାହା ସାଙ୍ଗରେ କଥା ହଉଛୁ କିମ୍ବା କୌଣସି କାମ ପାଇଁ ଜନଗହଳି ପୂର୍ଣ୍ଣ ସ୍ଥାନ କୁ ଯାଉଛୁ ତାହେଲେ ନିମ୍ନତଃ 5 ରୁ 6 ଫୁଟ ଦୂରତା ବଜାୟ ରଖିବା |
- ବାରୁମ୍ବାର ସାବୁନ ରେ ହାତ ଧୋଇବା ନହେଲେ ବଜାରରେ ମିଳୁଥିବା ସାନିଟାଇଜର ବ୍ୟବହାର କରିବା |
- କାଶ କିମ୍ଭା ଛିଙ୍କ ସମୟରେ ମୁହଁରେ କପଡା ଦେଇ ଛିଙ୍କିବା ଦରକାର ||
ଲକଡାଉନ୍ ର ଲାଭ
(କ) ଭାରତରେ ଲକଡାଉନ୍ କରୋନା ଜୀବାଣୁ ମୁକାବିଲା ପାଇଁ କରାଯାଇଛି ଏବଂ ଏହା ସର୍ବୋତ୍ତମ ସମାଧାନ ବୋଲି ବିଶ୍ୱାସ କରାଯାଏ | କରୋନା ପରସ୍ପରକୁ ଅତି ଶୀଘ୍ର ବ୍ୟାପିଥାଏ ଏବଂ ଏହାର ପ୍ରତିରୋଧ ହେଉଛି ଲକଡାଉନ ହେଉଛି ପ୍ରକୃତ ଔଷଧ |
(ଖ ) ଲକଡାଉନ୍ ହେତୁ ଲୋକମାନେ କରୋନା ବିସ୍ତାର କରିବାକୁ ପାଇବେ ନାହିଁ ଏବଂ କରୋନା ବୃଦ୍ଧି ହେବାର ସମ୍ଭାବନା ନାହିଁ |
(ଗ) ଲକ ଡାଉନ ହେବା ଦ୍ୱାରା ପୃଥିଵି ଏକ ନୂତନ ଜୀବନ ପାଇଛି, ପ୍ରଦୂଷଣର ସ୍ତର ମଧ୍ୟ ହ୍ରାସ ପାଇଛି | ପରିବହନର ସମସ୍ତ ଧାରା ବନ୍ଦ ଥିବାରୁ କାରଖାନା ସବୁ ବନ୍ଦ ଥିବାରୁ ବାୟୁମଣ୍ଡଳରେ ମଧ୍ୟ ବହୁତ କିଛି ତଫାତ ଦେଖିବାକୁ ମିଳିଛି |
(ଘ) ଲୋକମାନେ ଲକଡାଉନ ହେତୁ ଘରେ ନିଜର ବନ୍ଧୁ ପରିବାର ବର୍ଗ ସହିତ ଭଲ ଭାବରେ ସମୟ ବିତାଇ ପାରିଛନ୍ତି | ନହେଲେ ଏହି ବ୍ୟସ୍ଥ ବହୁଳ ଜୀବନରେ ନିଜର ବନ୍ଧୁବର୍ଗ ଙ୍କ ସହ ସମୟ ବିତାଇବା ଯେମିତି ଗୋଟେ ସପ୍ନ ଥିଲା |
ଲକଡାଉନ ର କୁପ୍ରଭାବ –
(କ) ଲକଡାଉନ ର ଯେତେ ଭଲ ପ୍ରଭାବ ଦେଖିବାକୁ ମିଳିଛି ସେତିକି କୁପ୍ରଭାବ ମଧ୍ୟ ଦେଖିବକୁ ମିଳିଛି |
(ଖ) କରୋନା ପାଇଁ ସାରା ବିଶ୍ୱରେ ଏ ପର୍ଯ୍ୟନ୍ତ 8 ଲକ୍ଷରୁ ଅଧିକ ମୃତୁବରଣ କରି ସାରିଛନ୍ତି | ଆଉ ଯଦି ଆମେ ଭାରତ କଥା କହିବା ପ୍ରାୟ 70 ହଜାର ଓ ଓଡ଼ିଶାରେ ପ୍ରାୟତ 500 ଲୋକ ମୃତ୍ୟୁବରଣ କରି ସାରିଛନ୍ତି |
(ଗ) କରୋନା ମୃତ୍ୟୁ କିଛି ନୁହେଁ ଏବେ ଲକଡାଉନ ଯୋଗୁଁ ଲୋକମାନେ ବହୁତ ପ୍ରଭାହିତ ହୋଇଛନ୍ତି | ମୁଖ୍ୟତ ଗରିବ ଶ୍ରେଣୀର ଲୋକମାନେ ବେଶୀ ଏଥିରେ ପ୍ରଭାହିତ ହୋଇଛନ୍ତି | କାମ ନଚାଲିବା ଯୋଗୁଁ ବହୁତ ଲୋକ ଭୋକରେ ମଧ୍ୟ ରହିଯାଉଛନ୍ତି |
(ଘ) କେବଳ ମଣିଷ ଏହାର ପ୍ରଭାବ ସହିନି ଏହା ଯୋଗୁଁ ପଶୁ ପକ୍ଷୀମାନେ ମଧ୍ୟ ବହୁତ ପ୍ରଭାବ ସହିଛନ୍ତି ||
(ଊ) ଲକଡାଉନ ହେବା ଯୋଗୁଁ ଲୋକ ମାନଙ୍କ ପାଖରେ ଅର୍ଥ ର ବହୁତ ଅସୁବିଧା ଦେଖାଯାଇଛି ଯାହା ଫଳରେ ସେମାନେ ମାନସିକ ଚିନ୍ତାରେ ଅଗ୍ରସର ହୋଇଛନ୍ତି
(ଚ) ଏହା ହେବା ଯୋଗୁଁ ସରକାର ଙ୍କର ମଧ୍ୟ ବହୁତ କ୍ଷତି ହୋଇଛି ଯାହା ଫଳରେ GDP ମଧ୍ୟ 23% କୁ ହ୍ରାସ ପାଇଛି |
(ଛ) ଲକଡାଉନ ଯୋଗୁଁ କୌଣସି ନୁଆଁ ଚାକିରୀ କିମ୍ବା ପଦବୀ ନିଯୁକ୍ତି ଆସୁନାହିଁ ଓ ବହୁତ ବେରୋଜଗାରୀ ବଢିଛି ଯାହା ଫଳରେ ଏହି କିଛି ଦିନ ମଧ୍ୟରେ ଚୋରି ଲୁଟପାଟ ବଦମାସୀ ଏମିତି ଖରାପ କାର୍ଯ୍ୟ ବହୁତ ବଢିଛି |
ଯଦି ସମସ୍ୟାଟି ବଡ, ତେବେ ଏହାର ପ୍ରତିରୋଧ ଅଧିକ ହେବା ଉଚିତ ଏବଂ ଲକଡାଉନ୍ ଏହାର ଏକ ଉଦାହରଣ | ଏତେ ପରିମାଣରେ ଏକ ଦେଶକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହଜ କୌଣସି ଏକ ଖେଳ ନୁହେଁ। ଇତିହାସ ସାକ୍ଷୀ ଯେ ଭାରତୀୟ ରେଳବାଇ ପୂର୍ବରୁ କେବେ ଅଟକି ନଥିଲା, କିନ୍ତୁ ପରିସ୍ଥିତି ବିପର୍ଯ୍ୟସ୍ତ ନହେବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା। ମୁ ଶେଷରେ କହିବି ନିଜକୁ ସଚେତନ କରନ୍ତୁ ଘରେ ରୁହନ୍ତୁ, କରୋନା କୁ ହାଟନ୍ତୁ ଓ ଲକ ଡାଉନ ଖୋଲନ୍ତୁ | ଜୟ ହିନ୍ଦ ଜୟ ଭାରତ ” ” ଜୟ ଉତ୍କଳ ଜନନୀ”